ଓଡ଼ିଶାଲାଇଭ୍ ବ୍ୟୁରୋ

ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଥିବା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି। ସୋମବାର ଦିନ କମିଶନରେଟ ପୋଲିସ ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିବାବେଳେ ମଙ୍ଗଳବାର ଦିନ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ଚିଠି ଲେଖିଛି।

ଅଭିଯୁକ୍ତ ସୌରିନ ଭଟ୍ଟଙ୍କୁ କୋଲକାତାର ବିଭିନ୍ନ ସ୍ଥାନରେ ଖୋଜି ଖୋଜି ନିରାଶ ହେବା ପରେ ତାଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା କମିଶନରେଟ୍ ପୋଲିସ। କୋଲକାତାରେ ଥିବା ସୌରିନଙ୍କ ଦୁଇଟି ବ୍ୟାଙ୍କର ଆକାଉଣ୍ଟ ଫ୍ରିଜ କରିବାକୁ ମଙ୍ଗଳବାର ଦିନ କମିଶନରେଟ ପୋଲିସ ବ୍ୟାଙ୍କକୁ ଚିଠି ଲେଖିଛି। ସୌରିନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବାର ସମ୍ଭାବନା ଦେଖାଦେଇଛି।

କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବଲିଉଡରେ ଗାୟିକା କରାଇଦେବାକୁ ପ୍ରତିଶ୍ରୁତି ଦେଇ ସୌରିନ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ି ଥିଲେ। ପରେ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ।

ସମ୍ପୃକ୍ତ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ମାମଲା କଟକ ମହିଳା ଥାନାକୁ ଯାଇଥିଲା।

ଗତ ଜୁନ ୨୧ ତାରିଖରେ କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ କମିଶନରେଟ ପୋଲିସର ଏକ ଟିମ୍ ଚଢ଼ଉ କରିଥିଲା। କିନ୍ତୁ ସୌରିନଙ୍କର କୌଣସି ଖୋଜଖବର ମିଳିନଥିଲା।

Tags: #SourinBhatt #BollywoodSinger #Cuttack #MahilaPoliceStation #CommissioneratePolice

LEAVE A REPLY

Please enter your comment!
Please enter your name here