ଓଡ଼ିଶାଲାଇଭ୍ ବ୍ୟୁରୋ

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସାମିଲ ହୋଇଛନ୍ତି ସବୁ ଜିଲ୍ଲାର ଜିଲ୍ଲାପାଳ

ଜିଲ୍ଲାପାଳମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଆରମ୍ଭ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ଉପରେ ଏଥିରେ ଆଲୋଚନା ହେବ।

ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଚାଲିଛି ବୈଠକ। ଆବାସ ଯୋଜନା, ପାନୀୟ ଜଳ ପ୍ରକଳ୍ପ, ସବୁ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ୍ ସେବା ପହଞ୍ଚାଇବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ।  ଦିନତମାମ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ତୃଣମୂଳସ୍ତରରେ ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, କ’ଣ ସମସ୍ୟା ରହିଛି ସେ ବାବଦରେ ସମୀକ୍ଷା କରାଯିବ।

୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ସମାଧାନ ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।

Tags: #CollectorsMeet #DevelopmentComissioner #Bhubaneswar

Comment