ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରାଇଲେ ଉପସଭାପତି ପଦବୀ।

ଦଳ ବିରୋଧୀ ମତ ଏବଂ ମନ୍ତବ୍ୟ ପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦବୀରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ।

ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥଲା। ଏହା ପରେ ଦଳୀୟ ବିଧାୟକମାନେ ତାଙ୍କୁ ସିଧାସଳଖ କଡ଼ା ସମାଲୋଚନା କରିବା ସହ ସୌମ୍ୟରଞ୍ଜନ ଦଳ ବିରୋଧୀ କାର୍ଯ୍ୟ କରୁଥିବା କହିଥିଲେ। ଏହାକୁ ନେଇ ଉଭୟ ଦଳୀୟ ବିଧାୟକ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା।

ମଙ୍ଗଳବାର ଦିନ ବିଜେଡିର ଉପସଭାପତି ପଦବୀରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଜାରି କରାଯାଇଛି। କିନ୍ତୁ ପଦବୀରୁ ହଟାଇବାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ।

Tags: #Politics #OdishaPolitics #SoumyaRanjanPatnaik #BJD

Comment