ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନେଇଛି ଏଭଳି ଏକ ନିଷ୍ପତ୍ତି ଯାହା ଜାତୀୟ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ଜାତୀୟ ଗଣମାଧ୍ୟମର ୧୪ ଜଣ ସାମ୍ବାଦିକଙ୍କୁ ବୟକଟ କରିଛି ‘ଇଣ୍ଡିଆ’ ମେଣ୍ଟ।

‘ଇଣ୍ଡିଆ’ ମେଣ୍ଟର ଗଣମାଧ୍ୟମ କମିଟି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ଗୁରୁବାର ଦିନ ସୂଚନା ଦେଇଛନ୍ତି କଂଗ୍ରେସ ନେତା ପୱନ ଖେଡ଼ା। ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ବିତର୍କ ଯୋଗୁଁ ଦେଶର ଜନତାଙ୍କୁ ପ୍ରକୃତ ପ୍ରସଙ୍ଗଠାରୁ ଦୂରେଇ ରଖାଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମେଣ୍ଟ ପକ୍ଷରୁ କୁହାଯାଇଛି।

ବୟକଟ ହୋଇଥିବା ସାମ୍ବାଦିକମାନେ ହେଉଛନ୍ତି ଅଦିତି ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେଭଗନ, ଆନନ୍ଦ ନରସିହ୍ମା, ଅରନବ ଗୋସ୍ଵାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରଭ ସାଓ୍ଵନ୍ତ, ନିଭିକା କୁମାର, ପ୍ରାଚୀ ପରାସର, ରୁବିକା ଲିଆକତ, ଶିବ ଆରୁର, ସୁଧୀର ଚୌଧୁରୀ ଏବଂ ସୁଶାନ୍ତ ସିହ୍ନା।

‘ଇଣ୍ଡିଆ’ ମେଣ୍ଟର କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା କାର୍ଯ୍ୟକ୍ରମକୁ ଏହି ସାମ୍ବାଦିକମାନଙ୍କ ପ୍ରବେଶ ନିଷେଧ କରାଯାଇଛି।

Tags: #politics #indianpolitics #INDIAalliance #mediaboycott #newsanchors

LEAVE A REPLY

Please enter your comment!
Please enter your name here