ଓଡ଼ିଶାଲାଇଭ୍ ବ୍ୟୁରୋ

ସପ୍ତାହେ ବିଶ୍ରାମ ପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଖେଳିପାରନ୍ତି ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟର

ଶୁକ୍ରବାର ଏସିଆ କପରେ ଖେଳାଯିବ ଭାରତ-ବାଂଲାଦେଶ ମ୍ୟାଚ। ଭାରତୀୟ ଦଳରେ ଖେଳିପାରନ୍ତି ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ ଆୟର। ନିକଟରେ ଦଳର ଅଭ୍ୟାସ ଶିବିରକୁ ଫେରିଥିଲେ ଶ୍ରେୟସ। ଫଳରେ ବାଂଲାଦେଶ ବିପକ୍ଷ ସୁପର-୪ ମ୍ୟାଚରେ ସେ ଖେଳିବା ନେଇ ଆଶା ଉଜ୍ଜୀବିତ ହୋଇଛି।

ପୂର୍ବରୁ ପାକିସ୍ତାନ ଓ ନେପାଳ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଶ୍ରେୟସ ଖେଳିଥିଲେ। କିନ୍ତୁ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଦଳରେ ସୁଯୋଗ ପାଇଥିଲେ।ବୁମରା ମଧ୍ୟ ଆହତରୁ ଫେରିବା ପରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ବେଳେ ରନ୍‌ ଅପରେ ତାଙ୍କ ଗୋଇଠି ସାମାନ୍ୟ ମୋଡ଼ି ହୋଇଯାଇଥିଲା। ଯଦିଓ ଏହାପରେ ସେ ଓଭର ଶେଷ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଡ୍ରେସିଂ ରୁମ ଫେରିଯାଇଥିଲେ। ବିଶ୍ୱକପ ପାଇଁ ଏମାନେ ଦଳର ପ୍ରମୁଖ ଅସ୍ତ୍ର। ତେଣୁ ଏସିଆ କପ ସମୟରେ ସାମାନ୍ୟତମ ଆହତ ଭାରତୀୟ ଦଳକୁ ମହଙ୍ଗା ପଡ଼ିପାରେ।

ପାଖାପାଖି ସପ୍ତାହେ ବିଶ୍ରାମ ପାଇବା ପରେ ଶ୍ରେୟସ ଅଭ୍ୟାସକୁ ଫେରିଥିଲେ। ଅଳ୍ପ ଅଭ୍ୟାସ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସୁପର-୪ରେ ଦୁଇଟିଯାକ ମ୍ୟାଚ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ ପର୍ଯ୍ୟନ୍ତ ଫିଟ୍‌ ରହିବାକୁ ବିଶ୍ରାମ ଦିଆଯାଇପାରେ।ତଥାପି ମ୍ୟାଚ ପୂର୍ବରୁ ପିଚ୍ ସ୍ଥିତି କିପରି ରହୁଛି ଓ ପାଣିପାଗ କ’ଣ ରହିବ ତାହାକୁ ନଜରରେ ରଖି ରୋହିତ ଚୂଡ଼ାନ୍ତ ଦଳ ବାଛିବେ। ଅନ୍ୟପଟେ ବାଂଲ‌ାଦେଶ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇ ଫାଇନାଲ ଦୌଡ଼ରୁ ବାଦ ପଡ଼ିସାରିଛି। ତେଣୁ ଏହି ମ୍ୟାଚକୁ ବାଂଲାଦେଶ କେବଳ ବିଶ୍ୱକପ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ଖେଳିବ।

Tags: #Asiacupcricket #BCCI #IndiavsBangladesh #ShreyasIyer

LEAVE A REPLY

Please enter your comment!
Please enter your name here