ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁରେ ଚାନ୍ଦା ନାଁରେ ଲୋକଙ୍କୁ ଧମକ୍ ଚମକ୍ ଦେଇ ଟଙ୍କା ଆଦାୟ କରୁଥିଲେ ହୋଇଯାଆନ୍ତୁ ସାବଧାନ।

କିଛି ଅସାମାଜିକ ବ୍ୟକ୍ତି ପାର୍ବଣ ଋତୁରେ ଚାନ୍ଦା ଆଳରେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ଆଦାୟ କରିଥାନ୍ତି। ଲୋକମାନେ ମଧ୍ୟ ଭୟରେ ସେମାନଙ୍କୁ ଟଙ୍କା ଦେଇଥାନ୍ତି ଏବଂ ଏ ସମ୍ପର୍କରେ ପୋଲିସକୁ ଅବଗତ କରନ୍ତି ନାହିଁ। ଫଳରେ ବାରମ୍ବାର ସେମାନେ ଅସାମାଜିକ ଲୋକଙ୍କ ଶିକାର ହୋଇଥାନ୍ତି। ଚାନ୍ଦା ଆଦାୟକାରୀଙ୍କୁ ସାବାଡ଼ କରିବାକୁ ଏବେ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ।

ଲୋକଙ୍କୁ ଡରାଇ ଚାନ୍ଦା ଆଦାୟ କରୁଥିଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ। ଦାଦାବଟି କିମ୍ବା ଜବରଦସ୍ତି ଚାନ୍ଦା ଆଦାୟ ନାଁରେ କେହି ଟଙ୍କା ମାଗୁଥିଲେ ଅଭିଯୋଗ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ହେଉଛି ୭୦୭୭୭୯୮୧୧୧। ଅଭିଯୋଗକାରୀଙ୍କ ନାଁ ଓ ଠିକଣା ଗୋପନ ରଖାଯିବ ବୋଲି ଡିସିପି କହିଛନ୍ତି।

Tags: #Commissioneratepolice #Commissioneratepolictotakeaction #festivals #forcefuldemandmoney #odisha #Bhubaneswar

LEAVE A REPLY

Please enter your comment!
Please enter your name here