ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ରବିବାର ଦିନ ପଳାସପଲ୍ଲୀସ୍ଥିତ ମୁକବଧିର ବିଦ୍ୟାଳୟରେ ଜନ୍ମଦିନ ପାଳନ କରିଛନ୍ତି।

(ଭୁବନେଶ୍ୱର): ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା, ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ତଥା ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ନିଜ ଜନ୍ମଦିନ। ରବିବାର ଦିନ ପଳାସପଲ୍ଲୀସ୍ଥିତ ମୁକବଧିର ବିଦ୍ୟାଳୟରେ ପିଲାମାନଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି ଆକାଶ।

ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ସେମାନଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ ଏବଂ ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଦ୍ୟାଳୟର କର୍ମକର୍ତ୍ତା ଏବଂ ପିଲାମାନେ ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହା ପରେ କେକ୍ କାଟି ପିଲାମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ ଆକାଶ। ପିଲାମାନଙ୍କୁ କେକ୍ ଖୁଆଇବା ସହ ମିଠା ଏବଂ ଚକଲେଟ ବାଣ୍ଟିଥିଲେ ଆକାଶ। ନିଜ ଜନ୍ମଦିନରେ ମୁକବଧିର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ନିଆରା ଢଙ୍ଗରେ ସେ ପ୍ରୟାସ କରିଥିଲେ।

ଏହି ଅବସରରେ ସେ କହିଥିଲେ, “ଖୁସି ବାଣ୍ଟିଲେ ଖୁସି ବଢ଼େ। ସମାଜର ମୁଖ୍ୟସ୍ରୋତରେ ସାମିଲ ନଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସମସ୍ତଙ୍କୁ ନିଜ କର୍ମମୟ ଜୀବନରୁ ଟିକିଏ ସମୟ ବାହାର କରିବା ଦରକାର। ଅନ୍ୟର ଖୁସିର କାରଣ ପାଲଟିବା ଭାଗ୍ୟରେ ଥିଲେ ମିଳେ।”

ଆକାଶ ପ୍ରତିବର୍ଷ ନିଜ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ ଓ ବୃଦ୍ଧାଶ୍ରମ ଆଦିରେ ପାଳନ କରିଆସୁଛନ୍ତି।

କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଦୃଷ୍ଟିବାଧିତ କ୍ରିକେଟ୍‍ ଖେଳାଳି ଜାଫର ଇକ୍‍ବଲ ଏବଂ ଓଡ଼ିଶାର ପ୍ରଥମ ଦୃଷ୍ଟିବାଧିତ ଓଏଏସ୍ ଅଫିସର ସନ୍ନ୍ୟାସୀ ବେହେରା ଉପସ୍ଥିତ ରହି ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରି ଆଗକୁ ବଢ଼ିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଆକାଶ ଦାସନାୟକଙ୍କ ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସ୍ପିପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡାକ୍ତର ଅମ୍ରିତ ପାଟଯୋଶୀ, ପ୍ରବୀନ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡ଼ା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୁଖ୍ୟ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Tags: #UDRA #AkashDasnayak #BirthdayCelebration #PalashapalliDeafAssociationSchool

LEAVE A REPLY

Please enter your comment!
Please enter your name here