ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋନ ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଦୈନିକ ଖବରକାଗଜ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଚଢ଼ାଉ କରାଯାଇଛି। ଇଓଡବ୍ଲୁର ୩ଟି ଟିମ୍‌ରେ ୧୨ ଜଣ ଅଧିକାରୀ ସାମିଲ ହୋଇଛନ୍ତି। କମିଶନରେଟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି।

ରବିବାର ଦିନ ସମ୍ବାଦର ପ୍ରକାଶକଙ୍କୁ ଇଓଡବ୍ଲ୍ୟୁ ପକ୍ଷରୁ ପଚରାଉଚରା କରାଯାଇଥିଲା। କର୍ମଚାରୀଙ୍କ ନାଁରେ ନକଲି ଆକାଉଣ୍ଟ କରି ଲୋନ ଉଠାଇଥିବା ସମ୍ବାଦର ସମ୍ପାଦକ ଏବଂ ଏଚଆର ବିଭାଗ ଅଧିକାରୀଙ୍କ ବିରୋଧରେ ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ କ୍ରାଇମବାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଥିଲେ। ବିନା ଅନୁମତିରେ ତାଙ୍କ ନାଁରେ ନକଲି ଆକାଉଣ୍ଟ କରି ଲକ୍ଷାଧିକ ଟଙ୍କା ଉଠାଯାଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ।

ଅଭିଯୋଗର ଦୁଇଦିନ ପରେ ସୋମବାର ଦିନ ଇଓଡବ୍ଲ୍ୟୁ ପକ୍ଷରୁ ସମ୍ବାଦ କାର୍ଯ୍ୟାଳୟରେ ଖୋଳତାଡ଼ ଆରମ୍ଭ ହୋଇଛି।

Tags: #EOW #CrimebranchRaid #Sambad #EOWRaidinSambadOffice #Bhubaneswar

LEAVE A REPLY

Please enter your comment!
Please enter your name here