ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲିଜ ହୋଇଛି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’

ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଏହାରି ଭିତରେ ରିଲିଜ ହୋଇଛି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’।

ଲୋକପ୍ରିୟ ସଂଗୀତକାର ପ୍ରୀତମଙ୍କ ଦ୍ୱାରା ଏହି ସଂଗୀତ ରଚନା କରାଯାଇଛି। ଆଇସିସି ସୋସିଆଲ ମିଡ଼ିଆ ପେଜ୍‌ ‘ଏକ୍ସ’ ରେ ଏହାର ଭିଡିଓ ଶେୟାର କରିଛି। ଏଥିରେ ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଏବଂ ଗାୟକ ପ୍ରୀତମ ନଜର ଆସିଛନ୍ତି।

ପ୍ରଶଂସକମାନେ ଏହି ସଂଗୀତକୁ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓରେ ଅଂଶଗ୍ରହଣକାରୀ ସମସ୍ତ ୧୦ ଟି ଦେଶର ଜର୍ସି ପିନ୍ଧି ପ୍ରଶଂସକମାନେ ନଜର ଆସିଛନ୍ତି। ଅକ୍ଟୋବର ୫ରୁ ଭାରତରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ, ଯେଉଁଥିରେ ସାମିଲ ହେବେ ୧୦ଟି ଦଳ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଇଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କେ.ଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ

Tags: #icc #cwc23 #2023cricketworldcup #anthemrelease #pritam #teamindia #bcci

Comment