ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କୁଲି ଅବତାର, କୁଲିଙ୍କ ଡ୍ରେସ ପିନ୍ଧିଲେ ଯାତ୍ରୀଙ୍କ ବ୍ୟାଗ ଉଠାଇଲେ
ରେଳ ଷ୍ଟେସନରେ କୁଲି ଲୁକରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀସ୍ଥିତ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚି ସେଠାରେ ଥିବା କୁଲିମାନଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ।
ଏହି ସମୟରେ କୁଲିଙ୍କ ନାଲି ରଙ୍ଗର ଡ୍ରେସ୍ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ କୁଲିଙ୍କ ବ୍ୟାଚ ପିନ୍ଧିବା ସହ ଯାତ୍ରୀମାନଙ୍କ ବ୍ୟାଗ ବି ଉଠାଉଥିବା ନଜରକୁ ଆସିଥିଲେ ରାହୁଲ ଗାନ୍ଧୀ।ରାହୁଲ ଗାନ୍ଧୀଙ୍କ ସହ ଭେଟ ହେବା ପରେ କୁଲିମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀ ଆମକୁ ଭେଟିବାକୁ ଆସିଲେ ଏଥିପାଇଁ ଆମେ ବହୁତ ଖୁସି। ସେ ଆମକୁ ଆଶ୍ୱସନା ଦେଇଛନ୍ତି କି ଯାହା ଆମର ସମସ୍ୟା ରହିଛି ସେସବୁ ସରକାରଙ୍କ ସାମ୍ନାରେ ସେ ରଖିବେ ବୋଲି କହିଛନ୍ତି କୁଲିମାନେ।
କଂଗ୍ରେସ ତା’ର ସୋସିଆଲ ମିଡିଆ ପ୍ଲାଟର୍ଫମ ‘X’ ରେ ଏହି ଫଟୋ ପୋଷ୍ଟ କରି ଲେଖିଛି କି ରାହୁଲ ଗାନ୍ଧୀ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲି ସାଥୀମାନଙ୍କୁ ଭେଟିଛନ୍ତି। ବିଗତ ଦିନରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ରେଳ ଷ୍ଟେସନର କୁଲି ସାଥୀ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ରାହୁଲ ଗାନ୍ଧୀ ସେମାନଙ୍କ ଅନୁରୋଧ ରକ୍ଷା କରି ଭେଟିବାକୁ ଆସିଥିଲେ।
Tags: #congress #rahulgandhi #bharatjodoyatra