ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା। ଗୁରୁବାର ଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ପ୍ରଥମେ ବିଜେଡିର ଉପସଭାପତି ପଦବୀରୁ ବିଦା ହେବା ପରେ ଗୁରୁବାର ଦିନ ଦଳରୁ ବହିଷ୍କୃତ ହୋଇଛନ୍ତି ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଲୋନ ସ୍କାମକୁ ନେଇ ସୌମ୍ୟ ରଞ୍ଜନଙ୍କୁ ବହଷ୍କାର କରାଯାଇଥିବା ଦଳ ପକ୍ଷରୁ ଦର୍ଶାଯାଇଛି।

କର୍ମଚାରୀଙ୍କ ନାଁରେ ଲୋନ ଉଠାଇବା ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସମ୍ବାଦ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା।

ସେହିପରି ବାଲେଶ୍ଵର ଜିଲ୍ଲାର ଚାଷୀଙ୍କ ପାଇଁ ଆସିଥିବା ୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ହଡ଼ପ କରିଥିବା ନେଇ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏବେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି। ସବସିଡି ସ୍କାମକୁ ନେଇ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବିଡେଜି ପକ୍ଷରୁ ଦର୍ଶାଯାଇଛି।

Tags: #Politics #OdishaPolitics #SoumyaRanjanPatnaik #SudhasuParida #BJD #CMOdisha

LEAVE A REPLY

Please enter your comment!
Please enter your name here