ଓଡ଼ିଶାଲାଇଭ୍ ବ୍ୟୁରୋ

ଧୀରେ ଧୀରେ ସୁଧୁରୁଛି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟବସ୍ଥା। ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ୭ ଦିନ ହେଲା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ କିଛି ସାମାଜିକ ଗଣମାଧ୍ୟମରେ ଶାନ୍ତିଲତା ବାରିକଙ୍କର ଦେହାନ୍ତ ହୋଇଥିବା ନେଇ ମିଛ ଖବର ଭାଇରାଲ ହୋଇଥିଲା। ପରେ ଶାନ୍ତିଲତା କଲଚରାଲ ଟ୍ରଷ୍ଟ ପକ୍ଷରୁ ଏହି ଗୁଜବକୁ ଖଣ୍ଡନ କରାଯିବା ସହ ଶାନ୍ତିଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସ୍ପଷ୍ଟ କରାଯାଇଛି।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀ କୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarik #OdiaSinger #HealthCondition #Treatment #OdiaBhajana

LEAVE A REPLY

Please enter your comment!
Please enter your name here