ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ଏହାର ମରାମତି ପ୍ରସଙ୍ଗରେ ଦାୟର ମାମଲାର ମଙ୍ଗଳବାର ଦିନ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ପ୍ରାୟ ଦେଢ଼ ଘଣ୍ଟା ଧରି ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଓଡ଼ିଶା ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତଲାପାତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି। ଏ ସମ୍ପର୍କରେ ଆଜୀନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଶୁଣାଣି ସମୟରେ ରତ୍ନ ଭଣ୍ଡାର ଖୋଲାଯିବା ଏବଂ ମରାମତି କରାଯିବାର ଆବଶ୍ୟକତା ରହିଥିବା ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ପର୍ଯ୍ୟାପ୍ତ ଯୁକ୍ତି ଦର୍ଶାଇଥିଲେ। ସେହିପରି ସରକାରୀ ଓକିଲ ମଧ୍ୟ ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ଓ ମରାମତି ପାଇଁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ଜଣାଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏବେ ଏହି ରିଟ୍ ଆବେଦନର ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।

Tags: #SrimandirRatnaBhandar #OdishaHighCourt #ASI #SJTA #Verdict

LEAVE A REPLY

Please enter your comment!
Please enter your name here