ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ତିନି ମାସର ଚାଉଳ ନମିଳିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ରାସନକାର୍ଡ ହିତାଧିକାରୀ। ଏହି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକର ଟିକରପଡ଼ା ପଞ୍ଚାୟତରେ।

ବାରମ୍ବାର ରାସନକାର୍ଡ ପାଇଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ସେମାନଙ୍କୁ ଚାଉଳ ଦିଆଗଲା ନାହିଁ। ଦୀର୍ଘ ୩ ମାସ ହେଲା ଚାଉଳ ପାଇଁ ଆସୁଥିଲେ ମଧ୍ୟ ସେମାନଙ୍କୁ ଚାଉଳ ଦିଆଯାଇନଥିବା ଟିକରପଡ଼ା ପଞ୍ଚାୟତର ରାସନକାର୍ଡ ହିତାଧିକାରୀ ଅଭିଯୋଗ କରିଛନ୍ତି।

ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ପାଇଁ ଆସି ନିରାଶ ହେବା ପରେ ଶନିବାର ଦିନ ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟର ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ୩ ମାସର ଚାଉଳ ନମିଳିବା ଯାଏଁ ଧାରଣା ଜାରି ରହିବ ବୋଲି ହିତାଧିକାରୀ ଚେତାବନୀ ଦେଇଛନ୍ତି।

Tags: #Boudh #Rationcardholder #Rice #lockedpanchayatofficegate

Comment