ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ନିକଟରେ ଏକ ସ୍କୁଟି ଓ କାର ମଧ୍ୟରେ ହୋଇଛି ଧକ୍କା। ଏଥିରେ ଉଭୟ ସ୍କୁଟି ଚାଳକ ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ସ୍କୁଟିଟି ୟୁ-ଟର୍ଣ୍ଣ ନେଉଥିବା ବେଳେ କାରଟି ଏହାକୁ ପଛ ପଟୁ ପିଟି ଦେଇଥିଲା। କାରଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିଟି ଭାଙ୍ଗି ଚୁରମାର ହୋଇଯାଇଛି। କାରର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି।

କାର ଧକ୍କାରେ ସ୍କୁଟି ଚାଳକ କିଛି ବାଟ ଘୋଷାଡ଼ି ହୋଇ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: #accident #bhubaneswar #roadaccident #commissioneratepolice

LEAVE A REPLY

Please enter your comment!
Please enter your name here