ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ହାତୀ ଓ ବାଘଙ୍କ ଅକାରଣରେ ମୃତ୍ୟୁ ନେଇ ବିଧାନସଭାରେ ବିତର୍କ ହୋଇଛି। ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନରେ ରାଜ୍ୟରେ ହାତୀ ଓ ବାଘ ମୃତ୍ୟୁର କାରଣ ଓ ନିରାକରଣର ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ। ୨୦୧୫ରୁ ୨୦୨୩ ଭିତରେ ରାଜ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।

ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ପ୍ରମୁଖ ହାତୀ ଓ ବାଘ ମୃତ୍ୟୁର କାରଣ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ହାତୀ ଓ ବାଘ ମୃତ୍ୟୁର ନିରାକରଣ ଉପରେ ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, “ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁର ପ୍ରତିରୋଧ, ଶିକାର କମାଇବା ଲାଗି ପଦକ୍ଷେପ ନିଆଯିବ”।

Tags: #elephantdeath #odishaassembly #assemblyquestionhour #tigerdeath #odisha

Comment