ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୨ ହଜାରଟି ପିଓ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଏସବିଆଇ ପିଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଅକ୍ଟୋବର ୩ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଆପଣମାନେ ‘ଏସବିଆଇ’ର ଏହି ପିଓ ପରୀକ୍ଷା ଦେବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) – ୨,୦୦୦ (ମୋଟ ପଦବୀ)
    • ଜେନେରାଲ – ୮୧୦
    • ଓବିସି – ୫୪୦
    • ଅନୁସୂଚିତ ଜାତି – ୩୦୦
    • ଅନୁସୂଚିତ ଜନଜାତି – ୧୫୦
    • ଇଡବ୍ଲ୍ୟୁଏସ – ୨୦୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆଇବିପିଏସ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ପିଓ’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆଇବିପିଏସର ୱେବସାଇଟ bank.sbiକୁ ଯାଆନ୍ତୁ
  • ୱେବସାଇଟ ଭିତରେ କ୍ୟାରିୟର ଅପ୍ସନକୁ ସିଲେକ୍ଟ କରନ୍ତୁ
  • ସେଠାରେ ‘ବ୍ୟାଙ୍କିଂ ପିଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସବିଆଇର ବ୍ୟାଙ୍କିଂ ପିଓ ପରୀକ୍ଷା ପାଇଁ ସାଧରଣ, ଅବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ  ୭୫୦ ଟଙ୍କା ଆବେଦନ ଦେୟ ରଖାଯାଇଛି। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।

ଏହି ବ୍ୟାଙ୍କିଂ ପିଓ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା  ୨୦୨୩ ନଭେମ୍ବର ମାସରେ କରାଯିବ। ଏହାର ତାରିଖ ବାବଦରେ ‘ଏସବିଆଇ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ବାବଦରେ  ଅଧିକ ସୂଚନା ‘ଏସବିଆଇ’ର ୱେବସାଇଟରେ ଉପଲବ୍ଧ।

Tags: #StateBankofIndia #BankPOExam #BankOfficer #Employment #Examination #India

Comment