ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିସ୍ଥିତ ମା’ ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ମଙ୍ଗଳବାର ଦିନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମା’ ପାଟଖଣ୍ଡା ଏଜେନ୍ସ ଗୋଦାମ ଘରୁ ଧୂଆଁ ବାହାରୁ ଥିବା ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ। ଗୋଦାମ ମାଲିକ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

Tags: #Phulbani #fireingodown #baliguda #odisha

Comment