ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଯମୁନା ନାୟକ ନିର୍ବାଚିତ ହୋଇଛନ୍ତି। ଏହି ଉପନିର୍ବାଚନ ଲାଗି ଅନ୍ୟ କୌଣସି ପ୍ରତିଦ୍ଵନ୍ଦ୍ଵୀ ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ଯମୁନା ନାୟକ।

ଦୀର୍ଘ ଦିନ ଧରି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଥିଲା। ଏହି ଉପନିର୍ବାଚନ ପାଇଁ ବିପିନ ପ୍ରଧାନଙ୍କ ଗୋଷ୍ଠୀ ଏବଂ ବିପ୍ଲବ ପାତ୍ରଙ୍କ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ହେଉଥିଲା, କିନ୍ତୁ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀରୁ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ଯମୁନା ନାୟକ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି।

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ ପରେ ଖାଲିପଡ଼ିଥିବା ଏହି ପଦବୀ ଲାଗି ଗତ ଅଗଷ୍ଟ ମାସରେ ଉପନିର୍ବାଚନ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହାକୁ ବାତିଲ କରାଯାଇଥିଲା। ଏହା ପରେ ବିପିନ ପ୍ରଧାନ ଏବଂ ତାଙ୍କ ସମର୍ଥକ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହା ପରେ ଶୀଘ୍ର ନିର୍ବାଚନ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ।

କିଛି ଦିନ ପୂର୍ବରୁ ବିପିନ ପ୍ରଧାନଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଆଜି ତାଙ୍କ ସମର୍ଥକ ନିର୍ବାଚିତ ହୋଇଥିବାରୁ ବିପ୍ଲକ ପାତ୍ରଙ୍କ ଗୋଷ୍ଠୀକୁ ଝଟକା ଲାଗିଛି।

Comment