ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ନେଇ ଏକ ନୋଟିସ ଜାରି କରିଛନ୍ତି।

ଏହା ପୂର୍ବରୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଥିଲେ ସାଂସଦ ସୁଲତା ଦେଓ। ତାଙ୍କୁ ବୁଧବାର ଦିନ ଏହି ପଦବୀରୁ ହଟାଇ ମାନସ ମଙ୍ଗରାଜଙ୍କୁ ଦାୟିତ୍ଵ ଦିଆଯାଇଛି।

ସୁଲତା ଦେଓଙ୍କୁ ଅଚାନକ ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଯିବାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ସୁଲତା ଦେଓ ସୋସିଆଲ ମିଡିଆରେ ମାନସ ମଙ୍ଗରାଜଙ୍କୁ ନୂତନ ଦାୟିତ୍ଵ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଗତ ବର୍ଷ ଜୁଲାଇ ମାସରେ ସୁଲତା ଦେଓଙ୍କୁ ମୁଖ୍ୟ ସଚେତକ ଭାବେ ବିଜେଡି ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା।

Tags: #ManasMangaraj #politics#odishapolitics #BJD

LEAVE A REPLY

Please enter your comment!
Please enter your name here