ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି କାରଣରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଏ ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ୫ ତାରିଖ ଗୁରୁବାର ଆଶ୍ୱିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ତିଥିରେ ଅନୁଷ୍ଠିତ ହେବ ତିନି ଠାକୁରଙ୍କ ବନକଲାଗି ନୀତି। ତେଣୁ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବା ପରେ ଦତ୍ତ ମହାପାତ୍ର ସେବାୟତମାନେ ବନକଲାଗି ନୀତି ଆରମ୍ଭ କରିବେ। ଏହି ସମୟରେ ଜଗା ଦର୍ଶନ କରିପାରିବେ ନାହିଁ ସାଧାରଣ ଭକ୍ତ।

Comment