ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ।

ବୁଧବାରଠୁ ଖୋଲିଲା ୧ ନମ୍ୱର ହାଟ। ବିଏମସି କମିଶନର ଓ ଟ୍ରାଫିକ ପୋଲିସର ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ। ହାଟ ସମ୍ମୁଖରେ ଅସ୍ଥାୟୀ ପାର୍କିଂ କରିବା ପାଇଁ ବିଏମସି ଓ ଟ୍ରାଫିକ ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମିଳଛି। ୧୫ ଦିନ ମଧ୍ୟରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବ ବିଏମସି।

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମଙ୍ଗଳବାର ବିଏମସିର ଏକ ଟିମ ହାଟ ପରିଦର୍ଶନ କରିବା ପରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ବୁଧବାରଠାରୁ ଖୋଲିଛି ହାଟ।

Tags: #unit-1haat #bmc #parking #marketassociation #bhubaneswar

Comment