ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଜମିବ ଦୁର୍ଗାପୂଜା। କାରଣ ରାତି ୧୨ଟା ଯାଏଁ ଚାଲିବ ମେଲୋଡି କାର୍ଯ୍ୟକ୍ରମ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏହା ପୂର୍ବରୁ ପାର୍ବଣରେ ମେଲୋଡି ପାଇଁ ରାତି ୧୦ ପର୍ଯ୍ୟନ୍ତ ଅନୁମତି ଥିଲା। ଏଥର ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିର ମଜା ଉଠାଇବେ ଦର୍ଶକ।

ଦୁର୍ଗାପୂଜା, ରାବଣପୋଡ଼ି ଏବଂ ଭସାଣି ଉତ୍ସବ ପାଇଁ ହୋଇଥିବା କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। 

ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ମଣ୍ଡପଗୁଡ଼ିକରେ ପୂଜା ଏବଂ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି ରହିଥିବାବେଳେ କଟକରେ ୧୬୮ଟି ପୂଜା ମଣ୍ଡପ ରହିଛି।

Comment