ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇ ଗୁଳିରେ ଭଉଣୀର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ପାଣ୍ଡପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗାଁରୁ।

ଘରୋଇ କଳିକୁ କେନ୍ଦ୍ର କରି ଭଉଣୀ ମାଳତୀ ବେହେରାଙ୍କୁ ଗୁଳି କରିଥିଲେ ଭାଇ ପ୍ରସନ୍ନ ବାରିକ। ଏହା ପରେ ଗୁରୁତର ଅବସ୍ଥାରେ ମାଳତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁସାରେ ପ୍ରସନ୍ନ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଯିବାଲାଗି ସେ ମାଳତୀଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ମାଳତୀ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗି ଯାଇ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଳତୀଙ୍କ ଉପରକୁ ଗୁଳି ଚଳାଇଥିଲେ ପ୍ରସନ୍ନ।

ଗୁଳିକାଣ୍ଡ ପରେ ବନ୍ଧୁକ ସହ ଥାନାରେ ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ ପ୍ରସନ୍ନ ବାରିକ। ଅଭିଯୁକ୍ତ ପ୍ରସନ୍ନ ଏକ ଘରୋଇ କମ୍ପାନିରେ ଗନମ୍ୟାନ ଭାବେ କାମ କରୁଥିଲେ।

Tags: #kendujhar #sisterdies #death #policeinvestigation #odisha

Comment