ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ। ଜିଲ୍ଲାରୁ ପୁଣି ୨୫ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାରଦ ଦିନ ୧୦୮ଟି ନମୁନା ପରୀକ୍ଷା କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଛି। ଏନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁଚରଣ ନାୟକଙ୍କ ସୂଚନା ଅନୁସାରେ କହିଛନ୍ତି, “ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜୁନ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୫୫ ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛି। ଚିକିତ୍ସା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ସ୍କ୍ରବ ଟାଇଫସ ସମ୍ପର୍କରେ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି।”

ବଡ଼ଗାଁ ଅଞ୍ଚଳର ଜଣେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ଜଣାପଡ଼ିଛି।

ଜଙ୍ଗଲ ତଥା ବିଲବାଡ଼ିରେ କାମ କରିବାକୁ ଯିବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ସ୍ଵାସ୍ଥ୍ୟ ବିଭଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #scrubtyphus #health #sundargarh #infection #odisha

Comment