ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ରହିଥିବା ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ରହିଛି। କେବଳ ମହିଳାମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ଏହି ୨୭୫୩ଟି ପଦବୀ ପାଇଁ ଅକ୍ଟୋବର ୧୧ ତାରିଖରୁ ଆଉଥରେ ଅନଲାଇନ ଆବେଦନ ଆରମ୍ଭ ହେବ। ଅକ୍ଟୋବର ୨୩ ଆବେଦନର ଶେଷ ତାରିଖ। ଏହିସବୁ ପଦବୀ ପାଇଁ ପୂର୍ବରୁ ମେ’ ୩୦ ତାରିଖ ଯାଏଁ ଆବେଦନ ହୋଇଥିଲା।

ଆପଣମାନେ ଓଏସଏସଏସସିର ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ଆଶାୟୀମାନେ ଅତିକମରେ ଦଶମ ପାସ କରିଥିବା ଆବଶ୍ୟକ
  • ସେମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • କୋଭିଡ୍-୧୯ ସ୍ୱାସ୍ଥ୍ୟ କର୍ମୀ ଓ କର୍ମୀମାନଙ୍କୁ ବୟସ ସୀମା ଓ ପରୀକ୍ଷା ନମ୍ବରରେ ଛାଡ଼ ମିଳିବ

ଚୟନ ପ୍ରକ୍ରିୟା

ସ୍ଵାସ୍ଥ୍ୟ କର୍ମୀ ପଦବୀ ପାଇଁ ଓଏସଏସଏସସି ପକ୍ଷରୁ ଏକ ଲିଖିତ ପରୀକ୍ଷା କରାଯିବ। ଏଥିରେ ପରୀକ୍ଷା ପାସ କରିଥିବା ଆଶାୟୀମାନଙ୍କ ମେରିଟ ଲିଷ୍ଟ କମିଶନ ପକ୍ଷରୁ ବାହର କରାଯିବ। ଏହାପରେ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚାକିରି ମିଳିବ।

କେମିତି କରିବେ ଆବେଦନ

  • ଓଏସଏସଏସସିର ୱେବସାଇଟ osssc.gov.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଓଏସଏସଏସସି ପକ୍ଷରୁ ଏହି ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ ସେ ନେଇ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସଏସସି ୱେବସାଇଟରେ ଉପଲବ୍ଧ

Tags: #OSSSC #MultipurposehealthWorker #Vacancy #EmploymentOpportunity #H&FWDeptOdisha

Comment