ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୪୩୯ଟି ଏସଓ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଏସବିଆଇ ଏସଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଅକ୍ଟୋବର ମାସ ୨୧ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଆପଣମାନେ ‘ଏସବିଆଇ’ର ଏହି ଏସଓ ପରୀକ୍ଷା ଦେବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସ୍ପେସାଲିଷ୍ଟ ଅଫିସର (ଏସଓ) – ୪୩୯ (ବିଭିନ୍ନ ବିଭାଗ)

ପ୍ରାର୍ଥୀଙ୍କ ଅଧିକତମ ବୟସସୀମା

  • ଅସିଷ୍ଟାଣ୍ଟ ମ୍ୟାନେଜର – ୩୨ ବର୍ଷ
  • ଡେପୁଟି ମ୍ୟାନେଜର – ୩୫ ବର୍ଷ
  • ଚିଫ୍ ମ୍ୟାନେଜର – ୪୨ ବର୍ଷ
  • ଅସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର – ୪୫ ବର୍ଷ

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ବିଭିନ୍ନ ପଦବୀ ପାଇଁ ଆବଶ୍ୟକୀୟ ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାର୍ଥୀମାନେ ପୂରଣ କରୁଥିବା ଆବଶ୍ୟକ
  • ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଏସବିଆଇ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ଏସଓ’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଏସବିଆଇର ୱେବସାଇଟ bank.sbiକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ବ୍ୟାଙ୍କିଂ ଏସଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସବିଆଇର ଏହି ବ୍ୟାଙ୍କିଂ ଏସଓ ପରୀକ୍ଷା ପାଇଁ ସାଧରଣ, ଅବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ  ୭୫୦ ଟଙ୍କା ଆବେଦନ ଦେୟ ରଖାଯାଇଛି। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।

ଏହି ବ୍ୟାଙ୍କିଂ ଏସଓ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ୨୦୨୩ ଡିସେମ୍ବର ମାସରେ କରାଯିବ। ଏହା ବାବଦରେ ଏସବିଆଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀଗୁଡ଼ିକର ଅଧିକ ସୂଚନା ଏସବିଆଇର ୱେବସାଇଟରେ ଉପଲବ୍ଧ।

Tags: #StateBankofIndia #BankSOExam #BankOfficer #Employment #Examination #India

Comment