ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନ ଓ ମିଜୋରାମରେ ଭୋଟ
  • ନଭେମ୍ବରରେ ନିର୍ବାଚନ, ଡିସେମ୍ବର ୩ରେ ଆସିବ ଫଳାଫଳ
  • ମାଓବାଦୀ ପ୍ରବଣ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ପଡ଼ିବ ଭୋଟ
  • ଏନଡିଏ-ଇଣ୍ଡିଆ ମଧ୍ୟରେ ହେବ କଡ଼ା ଟକ୍କର

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଲା। ସୋମବାର ଦିନ ଏହି ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ମିଜୋରାମରେ ଆସନ୍ତା ନଭେମ୍ବର ୭ ତାରିଖରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଥିବାବେଳେ ମଧ୍ୟପ୍ରଦେଶରେ ନଭେମ୍ବର ୧୭, ରାଜସ୍ଥାନରେ ନଭେମ୍ବର ୨୩ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ ହେବ। ମାଓବାଦୀ ପ୍ରବଣ ଛତିଶଗଡ଼ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ନଭେମ୍ବର ୭ ଏବଂ ୧୭ ତାରିଖରେ ଭୋଟ ପଡ଼ିବ। ଏହି ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ଡିସେମ୍ବର ୩ ତାରିଖରେ ଘୋଷଣା କରାଯିବ।

ବର୍ତ୍ତମାନ ମଧ୍ୟପ୍ରଦେଶରେ ବିଜେପି ସରକାର ଚାଲିଥିବାବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସର ରାଜ ଚାଲିଛି। ସେହିଭଳି ତେଲେଙ୍ଗାନାରେ କେସିଆରଙ୍କ ଦଳ ବିଆରଏସ କ୍ଷମତାରେ ଥିବାବେଳେ ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାରରେ ରହିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ରାଜନୈତିକ ଲଢ଼େଇ ଜୋରଦାର ହେବ। ଏହି ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ଉଭୟ ଏନଡିଏ ଏବଂ ଇଣ୍ଡିଆ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିବ।

Tags: #politics #IndianPolitics #Election #AssemblyElectiom #India

LEAVE A REPLY

Please enter your comment!
Please enter your name here