ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି କ୍ରମରେ ଫଲବାଣୀ ଜିଲ୍ଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଫୁଲବାଣୀରେ ଜନସମ୍ପର୍କ ପଦଯାତ୍ରା ହୋଇଛି। ପଦଯାତ୍ରା ପ୍ରଥମେ କେରେଡ଼ି ମୁଖ୍ୟ ରାସ୍ତାଠାରୁ ବାହାରି ଗଞ୍ଜୁଗୁଡ଼ା ଗ୍ରାମଠାରେ ପହଞ୍ଚିଥିଲା। ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଜେଡି ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ମହିଳା ବିଜେଡି ସଭାପତି ପୁନମ କହଁର ଓ ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରମା କହଁର ପ୍ରମୁଖ ଯୋଗ ଦେଇଥିଲେ।

ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳିରୁ ଆରମ୍ଭ ହୋଇଥିଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। 

Tags: #Politics #OdishaPolitics #BJD #janasamparkpadayatra #Phulbani

Comment