ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ଧର୍ମଶାଳା ଗୋକର୍ଣ୍ଣେଶ୍ଵର ନିକଟ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କର ବୁଧବାର ଦିନ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜାରକା କୁମାରୀ ଗାଁର ଦିବ୍ୟରଞ୍ଜନ ମହାରଣା ଏବଂ ଗୋବିନ୍ଦ ରଣା।

ବୁଧବାର ଦିନ ଦିବ୍ୟରଞ୍ଜନ ଏବଂ ଗୋବିନ୍ଦ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯାଇଥିଲେ। ଏହାକୁ ଦେଖି ସ୍ଥାନୀୟ କିଛି ଯୁବକ ଦିବ୍ୟରଞ୍ଜନ ଏବଂ ଗୋବିନ୍ଦଙ୍କୁ ଉଦ୍ଧାର କରିବା ଲାଗି ନଦୀକୁ ଡେଇଁ ପଡ଼ିଥିଲେ। କିଛି ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Comment