ଓଡ଼ିଶାଲାଇଭ୍ ବ୍ୟୁରୋ

ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସରିଫା ଖାତୁନଙ୍କ ସମେତ ୪ ଜଣଙ୍କୁ ଶନିବାର ଦିନ ଗିରଫ କରିଛି କମିଶନରେଟ ପୋଲିସ। ସରିଫା ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା, ନୟାଗଡ଼ର ସାନ ଲଣ୍ଡା ଓ ସୁଶାନ୍ତ ରାଉତଙ୍କୁ ନେଇ ଲୋକଙ୍କୁ ଲୁଟୁଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଲୁଟେରା ଗ୍ୟାଙ୍ଗ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ସକ୍ରିୟ ଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଟାର୍ଗେଟରେ ରହୁଥିଲେ ଟ୍ରେନରେ ଆସୁଥିବା ଯବାନ। ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ମୁସ୍କାନ ଓରଫ ସରିଫା ପ୍ରଥମେ ଯାତ୍ରୀମାନଙ୍କ ସହ ବନ୍ଧୁତା କରିବାକୁ ଚେଷ୍ଟା କରନ୍ତି, ତା’ ପରେ ସେମାନଙ୍କୁ ଚା’ ପିଇବା ପାଇଁ ପ୍ରସ୍ତାବ ଦିଅନ୍ତି। ସେ ଚା’ କିମ୍ବା ଥଣ୍ଡାପାନୀୟରେ ନିଷା ଔଷଧ ମିଶାଇ ଯାତ୍ରୀଙ୍କୁ ଦେଇଥାନ୍ତି ଏବଂ ସେମାନେ ବେହୋସ ହୋଇଯିବା ପରେ ନିଜ ଉଦ୍ଦେଶ୍ୟକୁ ପୂରଣ କରିଥାନ୍ତି।

ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା କମିଶନରେଟ ପୋଲିସ। ଶେଷରେ ସୋମବାର ଦିନ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଅଭିଯୁକ୍ତମାନଙ୍କଠାରୁ ପୋଲିସ ବିଭିନ୍ନ ନିଶା ଔଷଧ ଜବତ କରିଛି।

LEAVE A REPLY

Please enter your comment!
Please enter your name here