ଓଡ଼ିଶାଲାଇଭ୍ ବ୍ୟୁରୋ

(ସୁନ୍ଦରଗଡ଼): ଭାରତର ପୂର୍ବତନ ରାଷ୍ଟ୍ରପତି ମିସାଇଲ୍ ମ୍ୟାନ୍ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ଅକ୍ଟୋବର ୧୫ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଛାତ୍ରଛାତ୍ରୀ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ପାଳନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ୧୦୦ଟି ୫-ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ହାଇଡ୍ରୋ ରକେଟ୍ ପରୀକ୍ଷଣ କରାଯାଇଥିଲା। ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହାଇଡ୍ରୋ ରକେଟ ଲଞ୍ଚିଂର କୌଶଳ ଶିଖିଥିଲେ।

ବୈଜ୍ଞାନିକ ସାର ଆଇଜାକ୍ ନ୍ୟୁଟନଙ୍କ ତୃତୀୟ ନିୟମ ଅନୁସାରେ ଏହି ରକେଟ୍ ଉତ୍କ୍ଷେପଣ କାର୍ଯ୍ୟ କରିଥାଏ। ଗୋଟିଏ ଅଳ୍ପପାଣି ଥିବା ଜାର ମଧ୍ୟରେ ବାଇସାଇକେଲ ପମ୍ପ ମାଧ୍ୟମରେ ବାୟୁ ଭର୍ତ୍ତି କରାଯିବା ପରେ ଏହା ଉପରକୁ ଉଠି ପୁଣି ତଳକୁ ଖସି ପଡ଼ିଥାଏ। ଏହାକୁ ହାଇଡ୍ରୋ ରକେଟ୍ ଲଞ୍ଚିଂ କୌଶଳ ବୋଲି କୁହାଯାଏ। ସମଗ୍ର ଜିଲ୍ଲାରେ ଏହି ପ୍ରକଳ୍ପର ନାମ ‘ବିଜ୍ଞାନ ପରୀକ୍ଷାଗାର ବା ପ୍ରୟୋଗଶାଳାରେ ଉଡ଼ାଣ’ ନାମ ଦିଆଯାଇଥିଲା।

ଏହି କୌଶଳ ପ୍ରଦର୍ଶନ ସମୟରେ ବିଭିନ୍ନ ସ୍କୁଲରେ ବ୍ଲକ ଶିକ୍ଷାଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ସ୍କୁଲରେ ଏହି ଅବସରରେ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୀବନୀକୁ ନେଇ ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

Tags: #sundargarh #Sundargarhadministration #5TschoolStudent #hydrorocketlaunchingtechnique

LEAVE A REPLY

Please enter your comment!
Please enter your name here