ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ହୋଇଛି।

ଜୁଲାଇ ପହିଲାରୁ ଏହି ଭତ୍ତା ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ନଭେମ୍ବର ମାସ ଦରମାରେ ନଗଦ ଆକରରେ ମିଳିବ।  ଏହା ସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ।

ମହଙ୍ଗା ଭତ୍ତା ବଢ଼ିବା ଦ୍ଵାରା ଉପକୃତ ହେବେ ପ୍ରାୟ ସାଢ଼େ ୪ ଲକ୍ଷ ସରକାରୀ କାର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ।

Tags: #StateGovtEmployees #DearnessAllowance #odisha

Comment