ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା। ମା’ଙ୍କ ସ୍ଵାଗତ ପାଇଁ ଉତ୍ସବମୁଖର ଗାଁଠୁ ସହର। ସଜେଇ ହୋଇଛି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼। ଶୁକ୍ରବାର ଦିନ ମା’ଙ୍କର ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀ ପୂଜା କରାଯାଇଛି।

ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି। ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି। ଶନିବାର ଦିନ ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ। ଏହାପରେ ରବିବାର ଦିନ ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି। ନବମୀରୁ ସନ୍ଧିପୂଜା ଅନୁଷ୍ଠିତ ହେବ।

Tags: #Culture #Festival #DurgaPuja #KumariPuja #Festival

Comment