ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ବରମୁଣ୍ଡାଠାରେ ଦୀର୍ଘ ୨୭ ବର୍ଷ ପୂର୍ବେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ଭୁବନେଶ୍ଵର ଏଡିଜେ-୨ କୋର୍ଟ ଏହି ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଦିନ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରୁଦ୍ର ନାରାୟଣ, ଜିତୁ ଏବଂ ଚିତ୍ତରଞ୍ଜନ।

ଗତ ୧୯୯୬ ମସିହା ଜୁଲାଇ ୧୧ ତାରିଖ ଦିନ ବରମୁଣ୍ଡାଠାରେ ବିଶ୍ଵଜିତ ନାୟକ, ଦିଲ୍ଲୀପ ରାୟ ଏବଂ ଶାରଦା ରଥଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାଘାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା।

ପରେ ହତ୍ୟା ଅଭିଯୋଗରେ ରୁଦ୍ର ନାରାୟଣ, ଜିତୁ ଏବଂ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା।

ଭୁବନେଶ୍ଵର ଏଡିଜେ-୨ କୋର୍ଟ ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତ ରୁଦ୍ର ନାରାୟଣ, ଜିତୁ ଏବଂ ଚିତ୍ତରଞ୍ଜନଙ୍କୁ ପୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Tags: #Triplemurdercase #lifeimptisonment #Bhubaneswar #baramunda #judgement

Comment