ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବାବେଳେ, ପୀଠରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।
ମା’ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ପୂଜାର୍ଚ୍ଚନା କରାଯିବ। ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେବ ପୂଜା ମଣ୍ଡପ।
ଶୁକ୍ରବାର ଦିନ ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା। ବିଶ୍ୱାସ ରହିଛି ବେଲବୃକ୍ଷରେ ମା’ ବାସ କରନ୍ତି।
ଏହି କାରଣରୁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଳ ଆଣି ମା’ଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ ଅଧିବାସ ସମ୍ପନ ହୋଇଛି।
ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ। ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା ହୋଇଛି। ମା’ଙ୍କ ସ୍ଵାଗତ ପାଇଁ ଉତ୍ସବମୁଖର ଗାଁଠୁ ସହର।

Tags: #Culture #Festival #DurgaPuja #KumariPuja #Festival

Comment