ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସର ତିନିଜଣ ବରିଷ୍ଠ ନେତା। ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଏବଂ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲ୍ଲାକା। ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରକାଶ ପାଇଥିବା ଏଆଇସିସିର ୪୦ ଜଣିଆ ତାରକା ପ୍ରଚାରକ ତାଲିକାରୁ ଏହା ଜଣାପଡ଼ିଛି।

ଆସନ୍ତା ନଭେମ୍ବର ମାସରେ ଛତିଶଗଡ଼ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଛତିଶଗଡ଼ ମାଓବାଦୀ ପ୍ରବଣ ରାଜ୍ୟ ହୋଇଥିବାରୁ ଏଠାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ନଭେମ୍ବର ୭ ଏବଂ ୧୭ ତାରିଖରେ ମତଦାନ ହେବ। ଆସନ୍ତା ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।

ଏଆଇସିସିର ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଲଜା, ଅଜୟ ମାକନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂ ଦେଓ, ବାଚସ୍ପତି ଡକ୍ଟର ଚରଣ ଦାସ ମହନ୍ତ, ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବାଇଜ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ପ୍ରମୁଖ ରହିଛନ୍ତି।

Tags: #Politics #Chhattisgarhpolitics #chhattisgarhassemblyelection #starcampaigner #odishaleaders #aicc

Comment