ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ। ଭିଡ଼ର ସୁଯୋଗ ନେଇ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲୋକଙ୍କ ଗହଣା, ଟଙ୍କା ଏବଂ ମୋବାଇଲ ଆଦି।

ରବିବାର ଦିନ ପୂଜା ମଣ୍ଡପ ନିକଟରୁ ଚୋରି ହୋଇଥିବା କମିଶନରେଟ ପୋଲିସ ଟିକଟରେ ପହଞ୍ଚିଥିଲା ୫୦ରୁ ଅଧିକ ଅଭିଯୋଗ। ପୂଜା ମଣ୍ଡପ ନିକଟରୁ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଯୋଜନା କରାଯାଇଥିଲା।

ବିଭିନ୍ନ ପୂଜା ମଣ୍ଡପ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୨୬ ଜଣଙ୍କୁ ସୋମବାର ଦିନ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଏମାନଙ୍କ ନିକଟରୁ ପୋଲିସ ୮ଟି ମୋବାଇଲ ଓ ୭ ହଜାର ଟଙ୍କା ଜବତ କରିଛି। ପୂଜା ମଣ୍ଡପ ବୁଲିବାକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #DurgaPuja #bhubaneswarDurgaPuja #Culture #Festival #loot

Comment