ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନପାରିଲେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହାର ପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ ଉପରେ ପଡ଼ିଥାଏ। ବିଶେଷ କରି ଷ୍ଟ୍ରୋକ ପୀଡ଼ିତଙ୍କ ସ୍ଵର ଉପରେ ମସ୍ତିଷ୍କ ପକ୍ଷାଘାତର ପ୍ରଭାବ ପଡ଼ିଥାଏ।

ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କଥା କହିବା, ଖାଇବା ଏବଂ ଢୋକିବା ସମୟରେ ମଧ୍ୟ ସମସ୍ୟା ହୋଇଥାଏ। ଷ୍ଟ୍ରୋକ୍‌ର ଶିକାର ହୋଇଥିବା ବ୍ୟକ୍ତି ପୂର୍ବ ଭଳି ଭାଷାର ଆଦାନ ପ୍ରଦାନ କରିବାରେ ସମସ୍ୟା ଭୋଗିଥାନ୍ତି। ତେଣୁ ଷ୍ଟ୍ରୋକ୍‌ ପରେ ବ୍ୟକ୍ତିଙ୍କୁ ପୂର୍ବ ଭଳି ଭାଷାର ଆଦାନ ପ୍ରଦାନ କରିବା ପାଇଁ ସ୍ପିଚ୍‌ ଥେରାପି ଦେବାର ଆବଶ୍ୟକତା ରହିଛି।

ଷ୍ଟ୍ରୋକ୍ ପରେ ସ୍ପିଚ୍ ଥେରାପିର ଆବଶ୍ୟକତା କାହିଁକି ପଡ଼ିଥାଏ? ସେ ସମ୍ପର୍କରେ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ଜୟଶଙ୍କର ପଣ୍ଡାଙ୍କଠାରୁ ଅଧିକ ଜାଣିବା।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags:  #physiotherapy #SpeechTherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment

LEAVE A REPLY

Please enter your comment!
Please enter your name here