ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୭ ଜଣ ବରିଷ୍ଠ ନାଗରିକ ଦକ୍ଷିଣ ଭାରତ ଭ୍ରମଣରେ ବାହାରିଛନ୍ତି।

ଫୁଲବାଣୀ ସାର୍ତାଗୁଡ଼ା ବୃଦ୍ଧାଶ୍ରମଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ତୀର୍ଥଯାତ୍ରା ବସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଡି ମାଲେଶ୍ୱର ପାତ୍ର, ପିଏ ଆଇଟିଡିଏ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ।

ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ ଆଦି ବ୍ଳକରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ କନ୍ୟାକୁମାରୀ, ତିଭେନ୍ଦ୍ରମ୍, ରାମେଶ୍ଵରମ ଯିବେ। ସୋମବାର ଦିନ ବସରେ ଫୁଲବାଣୀରୁ ବ୍ରହ୍ମପୁର ଯିବାପରେ ସେଠାରୁ ଟ୍ରେନରେ ତ୍ରିଭେନ୍ଦ୍ରମ୍ ଯିବେ। ଆସନ୍ତା ନଭେମ୍ବର ୫ ତାରିଖରେ ସମସ୍ତେ ପ୍ରତ୍ୟାବର୍ତ୍ତନ କରିବେ।

Tags: #Kandhamal #phulbani #SeniorCitizen #tirthayatra #PilgrimageProgrammeforseniorcitizen

Comment