ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ ପ୍ଲାଣ୍ଟରେ ଶ୍ରୀ ଶକ୍ତି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ୧୦୮ ଜଣ ମହିଳାଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯାଇଛି। କମ୍ପାନିରେ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଆଣିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଶ୍ରୀ ଶକ୍ତି ପ୍ରକଳ୍ପରେ ଅଧୀନରେ ନିଯୁକ୍ତି ପାଇଥିବା ମହିଳାମାନେ ଝାରସୁଗୁଡ଼ା ପ୍ଲାଣ୍ଟରେ ସି ସିଫ୍ଟରେ ସକାଳ ୧୦ଟା ୧୦ରୁ ସନ୍ଧ୍ୟା ୬ଟା ୧୦ ଯାଏଁ କାମ କରିବେ। ସେମାନେ ନିଜ କାମ ଅନୁସାରେ ଚାକିରିରେ ପଦୋନ୍ନତି ପାଇବେ।

“ବେଦାନ୍ତ ଆଲୁମିନିୟମ ନିଜର ସବୁ କର୍ମଚାରୀଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମ କର୍ମଚାରୀଙ୍କ ବିକାଶରେ କମ୍ପାନିର ଅଭିବୃଦ୍ଧି ନିହିତ ଅଛି। କମ୍ପାନି ପକ୍ଷରୁ ମହିଳା କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଶ୍ରୀ ଶକ୍ତି ପ୍ରକଳ୍ପ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ଏହା ମହିଳାମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୋର ଆଶା”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା।

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଏବେ ୪୫୫ ଜଣ ମହିଳା କର୍ମଚାରୀ କାମ କରୁଛନ୍ତି। ସେମାନେ କମ୍ପାନିର ସ୍ମେଲଟର ଓ ପାୱାର ଅପରେସନ, ସୁରକ୍ଷା, ଭିତ୍ତିଭୂମି, ମାର୍କେଟିଂ, ଇନୋଭେସନ, ଲଜିଷ୍ଟିକ ତଥା ଅନ୍ୟାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତେବେ କମ୍ପାନି ୨୦୨୫ ସୁଦ୍ଧା ନିଜର ୩୩ ପ୍ରତିଶତ ପଦବୀରେ ମହିଳାଙ୍କୁ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।   

Tags: #VedantaAluminium #ProjectShreeShakti #WomenEmpowerment #Jharsuguda

Comment