ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ବୁଧବାର ଦିନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଗତ ୨୦୧୯ ମସିହା ଜୁନ ମାସଠାରୁ ସେ ଉପବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂଙ୍କୁ ବିଜେଡିର ସାଂଗଠନିକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି।

ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସାମ୍ବିଧାନିକ ପଦବୀରେ ରହିଥିବାରୁ ସେ ଦଳୀୟ କାର୍ଯ୍ୟ କରିପାରୁନଥିଲେ। ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର ନିଷ୍ପତ୍ତି ହଠାତ୍ ନୁହେଁ, ବରଂ ବହୁ ଦନିର ନିଷ୍ପତ୍ତି ବୋଲି ସେ କହିଛନ୍ତି। ଦଳର ସଭାପତି ଯେଉଁ ଦାୟିତ୍ଵ ଦେବେ ତାକୁ ନିଷ୍ଠାର ସହ ପାଳନ କରିବେ ବୋଲି ରଜନୀକାନ୍ତ ସିଂ କହିଛନ୍ତି।

Tags: #Politics #OdishaPolitics #OdishaAssemblyDeputySpeakerResigns #RajanikantaSingh

LEAVE A REPLY

Please enter your comment!
Please enter your name here