ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ଏବଂ ରତ୍ନ ଭଣ୍ଡାରର ମରାମତି କରିବା ଦାବିରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଗୁରୁବାର ଦିନ ସଂକୀର୍ତ୍ତନ ସତ୍ୟାଗ୍ରହ ହେଉଛି।

ରାଜ୍ୟର ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିରରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ଚାଲିଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ ହେଉଛି। ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଭୁବନେଶ୍ଵର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧାମୂର୍ତ୍ତି ରଖି କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି।

ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ରତ୍ନ ଭଣ୍ଡାର ମରାମତି ଦାବିରେ ଗତ ଅକ୍ଟୋବର ମାସ ୧୬ ତାରିଖରେ ପ୍ରତିବାଦ ରାଲି କରି କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନକୁ ୧୫ ଦିନ ବିତିଥିଲେ ସୁଦ୍ଧା ବତ୍ତର୍ମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଉଛି।

କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରର ଚାରି ଦ୍ଵାରା ଭକ୍ତଙ୍କ ଲାଗି ଖୋଲିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Tags: #Puri #Srimandir #congress #Sankritansatyagrah #srijagannath

LEAVE A REPLY

Please enter your comment!
Please enter your name here