ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

ଘରଠାରୁ ଦୂରରେ ରହିଥିବା ସଦସ୍ୟମାନେ ଦୀପାବଳି ଉତ୍ସବରେ ସାମିଲ ହେବା ଲାଗି ଘରକୁ ଆସିଛନ୍ତି। ଘରେ ଘରେ ଜମିଛି ପିଠାପଣାର ଆସର। ଘରକୁ ଦୀପାବଳିରେ ବନ୍ଧୁ ବାନ୍ଧବଙ୍କ ଆସର ମଧ୍ୟ ଜମିଥାଏ। ଆଜିର ଦିନରେ ବଡ଼ ବଡ଼ୁଆଙ୍କୁ ଡକାଯାଇଥାଏ।

ଦୀପାବଳିର ମୁଖ୍ୟ ଆକର୍ଷଣ କୁହାଯାଉଥିବା ବାଣ ଫୁଟାଇବା ପାଇଁ ଲୋକେ ଉତ୍କଣ୍ଠାର ସନ୍ଧ୍ୟାର ଅପେକ୍ଷା କରିଛନ୍ତି। ଏହାସହ ମା’ କାଳୀଙ୍କ ପୂଜାକୁ ନେଇ ମଧ୍ୟ ଏବେ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି।

ଲୋକଙ୍କ ଚାହିଦାକୁ ଦେଖି ବଜାରରେ ଭିନ୍ନ ଭିନ୍ନ ବାଣ ମିଳୁଥିବାରୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଘରକୁ ବାଣ କିଣି ଆଣିଛନ୍ତି। ଚଳିତ ବର୍ଷ ବଜାରରେ ବିକ୍ରି ହୋଇଥିବା ସୁନ୍ଦର ସୁନ୍ଦର ଦୀପକୁ ସଜାଇ ଅନ୍ଧାର ଦୂର କରି ଆଲୋକକୁ ସ୍ଵାଗତ କରିଛନ୍ତି ରାଜ୍ୟବାସୀ।

Tags: #Deepavali #Tradition #Celebration #Culture #Diya

Comment