ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାଏବେଟିସ୍କୁ ନେଇ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ‘ଡାଏବେଟିସ୍’ ବା ‘ମଧୁମେହ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ଏବେ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି। ଡାଏବେଟିସ୍ ଅନେକ ଘାତକ ରୋଗର ମୂଳ କାରଣ ପାଲଟୁଛି।

ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତର ଆଶଙ୍କାକୁ ଅଧିକ ବଢ଼ାଇଥାଏ ଡାଏବେଟିସ୍। ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇପାରିବା। ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଡାଏବେଟିସ୍ ସହିତ ଜୀବନ’। ଡାଏବେଟିସ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।

ଏହି ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୩ ଦିନ ଧରି ହେବାକୁଥିବା କାର୍ଯ୍ୟକ୍ରମରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2023 #AccesstoDiabetesCare #IFIFoundation #HealthAwarenessCampaign #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here