ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।

ଡାଏବେଟିସ୍‌ ବିଭିନ୍ନ ଦୁରାରୋଗ୍ୟର କାରଣ ବୋଲି ଡାକ୍ତର କହନ୍ତି। ତେଣୁ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବା ଦ୍ଵାରା ଡାଇବେଟିସ୍ ପୀଡ଼ିତ ବ୍ୟକ୍ତି ଉପଶମ ପାଇପାରିବେ।

ଆସନ୍ତୁ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକଙ୍କଠାରୁ ଜାଣିବା ଡାଏବେଟିସ୍‌ କାହିଁକି ବଢୁଛି ଓ ଏହାର ପରିଚାଳନା କିପରି କରିବା।

ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ବିଶ୍ଵ ଡାଏବେଟିସ୍‌ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଡାଏବେଟିସ୍‌ ସହିତ ଜୀବନ’। ଡାଏବେଟିସ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।

୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2023 #IFIFoundation #HealthAwarenessCampaign #OdiaHealthTips #DoctorAdvice #AccesstoDiabetesCare #DiabetesManagement

LEAVE A REPLY

Please enter your comment!
Please enter your name here