ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ‘ଡାଏବେଟିସ୍’ ବା ‘ମଧୁମେହ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ପାଲଟିଛି। ଡାଏବେଟିସ୍ ଯୋଗୁଁ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି ହେଉଛି। ଠିକ୍ ସମୟରେ ଡାଇବେଟିସ୍‌ର ଲକ୍ଷଣକୁ ଚିହ୍ନି ଡାକ୍ତରଙ୍କ ପରାମର୍ଶରେ ଏହାର ଚିକିତ୍ସା କରିବା ଆବଶ୍ୟକ।

ଅନେକ ସମୟରେ ଡାଏବେଟିସ୍‌ ହେଲେ ଏହାର ଲକ୍ଷଣ ଜଣାପଡ଼ିନଥାଏ। ଠିକ୍ ସମୟରେ ଚିକିତ୍ସା ଅଭାବରୁ ଏଥିରେ ପୀଡ଼ିତ ବ୍ୟକ୍ତିଙ୍କୁ ବିଭିନ୍ନ ଜଟିଳ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ତେଣୁ ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନିବା ନିହାତି ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍‌ର ଲକ୍ଷଣ ବିଷୟରେ ଅଧିକ ଜାଣିବା।

ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇହେବ। ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ବିଶ୍ଵ ଡାଏବେଟିସ୍‌ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଡାଏବେଟିସ୍‌ ସହିତ ଜୀବନ’। ଡାଏବେଟିସ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।

୩ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2023 #IFIFoundation #HealthAwarenessCampaign #OdiaHealthTips #DoctorAdvice #AccesstoDiabetesCare #DiabetesManagement

LEAVE A REPLY

Please enter your comment!
Please enter your name here