ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଡାଏବେଟିସ୍‌କୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ସଚେତନତାର ଅଭାବ ଏବଂ ଚିକିତ୍ସାରେ ଅବହେଳା କାରଣରୁ ଡାଇବେଟିସ୍‌ ଦ୍ଵାରା ପୀଡ଼ିତ ବ୍ୟକ୍ତିଙ୍କୁ ବିଭିନ୍ନ ଜଟିଳ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ଠିକ୍ ସମୟରେ ଡାଇବେଟିସ୍‌କୁ ଚିହ୍ନି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହାର ଚିକିତ୍ସା କରାଇବା ଆବଶ୍ୟକ।

ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇହେବ। ତେଣୁ ଡାଏବେଟିସ୍‌କୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍‌କୁ ରୋକିବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଜାଣିବା।

ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

ବିଶ୍ଵ ଡାଏବେଟିସ୍‌ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ‘ଡାଏବେଟିସ୍‌ ସହିତ ଜୀବନ’। ଡାଏବେଟିସ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ।

୩ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2023 #IFIFoundation #HealthAwarenessCampaign #OdiaHealthTips #DoctorAdvice #AccesstoDiabetesCare

LEAVE A REPLY

Please enter your comment!
Please enter your name here