ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଦିନଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବକ୍ଷେଣ ସଂସ୍ଥା (ଏଏସଆଇ) କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବେ ଶ୍ରୀମନ୍ଦିର ପ୍ରଶାସନ। ଆମିକସକ୍ୟୁରି ମରାମତି କାମର ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଥରେ ରିପୋର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ନାଟମଣ୍ଡପ ମରାମତିକୁ ନେଇ ଆଜି ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଏବଂ ସେବାୟତଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବ। ବୈଠକରେ ମରାମତି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରାଯିବ। କେତେବେଳେ କାମ ହେବ ତାହା ସ୍ଥିର ହେବା ସହ ସ୍ଵତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନାର ହେବ।

ପୁରୀ ଶ୍ରୀମନ୍ଦିରର ନାଟମଣ୍ଡପ ୫ ବର୍ଷ ହେବ ଫାଟି ଆଁ କରିଛି। ଦୁର୍ବଳ ବିମର ମରାମତି କାମ ପାଇଁ ୧୨୦ ଦିନ ସମୟ ଲାଗିବ। ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ମଧ୍ୟ  ଆସି ସାରିଛି ବୋଲି ଏଏସଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ କହିଛନ୍ତି।

ଆସନ୍ତା ୪ ତାରିଖରେ ଏହି ମାମଲାର ପରାବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ପରବର୍ତ୍ତୀ ଶୁଣାଣି ସମୟରେ ନାଟମଣ୍ଡପର ମରାମତି କାର୍ଯ୍ୟର ଅଗ୍ରଗତି ନେଇ ଆମିକସକ୍ୟୁରି ଏବଂ ଏଏସଆଇ ଅବଗତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

Tags: #SriMandir #Puri #NataMandapa #Repairing #OdishaHighcourt #ASI

LEAVE A REPLY

Please enter your comment!
Please enter your name here