ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପଓ୍ଵେ। ଶୁକ୍ରବାର ଦିନ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପଦୀପ କୁମାର ଅମାତ ଏହାର ଉଦଘାଟନ କରିଛନ୍ତି। ଆସନ୍ତାକାଲିଠାରୁ ରୋପଓ୍ଵେର ମଜା ଉଠାଇପାରିବେ ପର୍ଯ୍ୟଟକ।

ପୂର୍ବରୁ ନନ୍ଦନ କାନନରେ ରୋପଓ୍ଵେ ବ୍ୟବସ୍ଥା ଥିଲା। କିନ୍ତୁ ଏହା ଦୀର୍ଘ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଥିଲା। ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି।

ରୋପଓ୍ଵେରେ ବସି ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାଇପାରିବେ। ଏହା ସହ କାଞ୍ଜିଆ ହ୍ରଦ ସହ ବୋଟିଂର ଦୃଶ୍ୟ ଦେଖିହେବ। କେବଳ ସେତିକି ନୁହେଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ନେଇପାରିବେ ପର୍ଯ୍ୟଟକ। ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ଲାଗି ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି।

ପୂର୍ବରୁ ୧୯୯୪ ମସିହାରେ ଆରମ୍ଭ ହୋଇଥିବା ରୋପୱେରେ ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ୨୦୧୦-୧୧ ମସିହାରେ ଦୁଇ ଦୁଇ ଥର ଦୁର୍ଘଟଣା ହେବାରୁ ଏହାକୁ ବନ୍ଦ କରାଯାଇଥିଲା। ପୁନର୍ବାର ରୋପଓ୍ଵେ କାର୍ଯ୍ୟକ୍ଷମ ହୋଇଥିବାରୁ ପର୍ଯ୍ୟଟକଙ୍କ ମହଲରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।

Tags: #Ropeway #Nandankanan #Inauguration #Bhubaneswar #Tourist

LEAVE A REPLY

Please enter your comment!
Please enter your name here